ଚର୍ଚ୍ଚାରେ ଖୋର୍ଦ୍ଧାର ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ

369

ଅବିନାଶ ପଟ୍ଟନାୟକ: ସମଗ୍ର ରାଜ୍ୟରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନର ସ୍ଥାନ ହାସଲ କରିପାରିଥିବା ଖୋରଧାର ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ହୋଇଯାଇଛି । ହୀରକ ଜୟନ୍ତୀ ଉତ୍ସବ ଗର୍ବ ଓ ଖୁସିର ବାର୍ତ୍ତା ଦେବା ପରିବର୍ତ୍ତେ ବିବାଦ ମଧ୍ୟକୁ ଟାଣି ହୋଇ ଯାଇଛି ।

ସ୍ଥାନୀୟ ବୁଦ୍ଧିଜୀବୀ ଏଥିରେ ରାଜନୀତିର ଗନ୍ଧ ବାରୁଥିବା ବେଳେ ପୁରାତନ ଛାତ୍ର ମାନଙ୍କୁ ସାଧାରଣ ନିମନ୍ତ୍ରଣ ନ ଦେବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିକଟ ଭବିଷ୍ୟତରେ NAAC କଲେଜ ପରିଦର୍ଶକ ଆସିବାକୁ ଥିବାବେଳେ ଏ ହୀରକ ଜୟନ୍ତୀ ପାଳନ ଆର୍ଥିକ ସହାୟତାର ବାଟ ଖୋଲିପାରିବ ବୋଲି ଆଶା କରାଯାଉଥିଲା

ସ୍ୱର୍ଣ୍ଣ ଜୟନ୍ତୀ ପାଳନ ସମୟରେ ମହାବିଦ୍ୟାଳୟର ବିଗତ ୫୦ ବର୍ଷର ସମସ୍ତ ପୁରାତନ ଛାତ୍ର ସଂସଦର ସଭାପତି ଓ ସଂପାଦକ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।ମାତ୍ର ହୀରକ ଜୟନ୍ତୀରେ ୫୦ ବର୍ଷର ଛାତ୍ରଙ୍କ କଥା ତ ଦୂରର କଥା ହୀରକ ଦଶନ୍ଧିର ପୁରାତନ ଛାତ୍ର ମାନଙ୍କୁ ସୂଚନା କି ନିମନ୍ତ୍ରଣ ଟିଏ ଦିଆଯାଇନାହିଁ । ହୀରକ କମିଟି ତିଆରି ହୋଇଛି କି ନାହିଁ ତାର ମଧ୍ୟ ସୂଚନା ନାହିଁ।

ପୁରାତନ ଛାତ୍ର ଗୋଷ୍ଠୀ ମହାବିଦ୍ୟାଳୟ ପାଇଁ କଷ୍ଟସାଧ୍ୟ ବ୍ୟାପାର ହୋଇଥିବା ହେତୁ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ତା’ର ଅଗ୍ରଣୀ ପୁରାତନ ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ଏକ କମିଟି ତିଆରି କରି କାର୍ଯ୍ୟକ୍ରମର ଦାୟିତ୍ବ ନେଇଥାଏ । ହୀରକ ଜୟନ୍ତୀ ଉତ୍ସବରେ ନାନା ବିଭ୍ରାଟ ସୃଷ୍ଟି ହେବା ସହ ଏହାର ଖବର ମଧ୍ୟ ବୈଦ୍ୟୁତିକ କିମ୍ବା ଖବରକାଗଜ ଗଣମାଧ୍ୟମରେ ପ୍ରକାଶିତ ଅତ୍ୟନ୍ତ ଲଜ୍ଜାଜନକ ।

ପ୍ରାକ୍ତନ ଛାତ୍ର ସଂସଦ ସଦସ୍ୟ ଓ ପୁରାତନ ଛାତ୍ର ଛାତ୍ରୀଙ୍କୁ ସଂପୂର୍ଣ୍ଣ ଅଣଦେଖା କରିବା ସର୍ବ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । କଲେଜ ଅଧ୍ୟକ୍ଷା ଓ ପରିଚାଳନା କମିଟିର ମନମୁଖୀ ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିନା ଜୟନ୍ତୀ କମିଟି, ପ୍ରସ୍ତୁତି ବୈଠକ ବିନା ପୁରାତନ ବିଦ୍ୟାଥୀଙ୍କ ଭାଗିଦାରିତାରେ ହୀରକଜୟନ୍ତୀ ପାଳନ ଅସନ୍ତୋଷ ଓ କ୍ଷୋଭର ବାତାବରଣ ସୃଷ୍ଟି କରୁଛି ।

Comments
Loading...