ବନ୍ଦେ ମାତରମ୍ – ଆମ ଗର୍ବ ଓ ଗୌରବ

139

ପ୍ରକୃତରେ ଯେଉଁ ଶବ୍ଦ ଗୁଡ଼ିକ ସ୍ୱାଧୀନତା ସଂଗ୍ରାମୀ ମାନେ ବ୍ୟବହାର କରି ଏକତା, ଅଖଣ୍ଡତା ତଥା ଭାଇଚାରା ପଣ ଆଣି ଦେଶକୁ ସ୍ଵାଧୀନତା ଆଣି ଦେଇଥିଲେ, ସେଇ ଶବ୍ଦ ଗୁଡ଼ିକ ଆଜିକାଲି କାହା କାହା ପାଟିରେ ପଶୁନି ।

ପ୍ରକୃତରେ କେମିତି ପଶିବ? ମା ନାଁ ଧରିବାରେ ଏତେ ସଙ୍କୋଚ କାହିଁକି? “ବନ୍ଦେ ଉତ୍କଳ ଜନନୀ “, “ବନ୍ଦେ ମାତରମ୍” “ମା ଭାରତୀ” ଇତ୍ଯାଦି । ଗତ ଦୁଇ ବର୍ଷ ତଳେ କିଛି ବ୍ୟକ୍ତି ଏବଂ ମନ୍ତ୍ରୀ ସୁଶାନ୍ତ ସିଂ ବନ୍ଦେ ଉତ୍କଳ ଜନନୀ କୁ ବିରୋଧ କରିଥିଲେ l ଠିକ୍ ସେମିତି ଏବେ ଚାଲିଛି ବନ୍ଦେ ମାତରମ୍ କୁ ନେଇ ।

ଯେଉଁ ‘ବନ୍ଦେ ମାତରମ୍’ ଗାନ କରି ଆମ ପୂର୍ବଜ ହସି ହସି ମୃତ୍ୟୁକୁ ବରଣ କରିନେଇଥିଲେ ଦେଶ ପାଇଁ, ସେମାନଙ୍କ ସନ୍ତାନ ହୋଇ ଯଦି ଆମେ ଏହି ପବିତ୍ର ଶବ୍ଦକୁ ବିବାଦକୁ ଟାଣି ନେଇ ତା ଉପରେ ଅପଚର୍ଚ୍ଚା କରିବା, ଧିକ ଆମ ମଣିଷ ପଣିଆ ଓ ଦେଶ ଭକ୍ତିକୁ । ଆମ ପୂର୍ବ ପୁରୁଷଙ୍କୁ ଲଜ୍ଜିତ କରି କି ଯଶ ଅର୍ଜିବା ଆମେ?

— ପବିତ୍ର ମହାରଥା

Comments
Loading...